ନେପାଳରେ ତିନି ଓଡ଼ିଆ ନିଖୋଜ
ଖୋର୍ଦ୍ଧାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ନେପାଳ ଯାତ୍ରାରେ ଯାଇଥିଲେ। ପତ୍ନୀଙ୍କ ସହ ବୁଲିବା ପାଇଁ ସନ୍ଦୀପ ନେପାଳ ଯାଇଥିବା ସୂଚନା ମିଳିଛି। ତେବେ ନେପାଳରେ ଥିବା ସମୟରୁ ଉଭୟଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।ସେହିପରି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଯୁବତୀ କୁଲସାମ ନିଗାର୍ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୁଲସାମ ନେପାଳର ପୋଖରାରେ ଥିଲେ। ଏହାପରେ ତାଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳୁନଥିବାରୁ ପରିବାରରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।
