ନେପାଳ ବନ୍ୟା, ୨୮୮ ଭାରତୀୟ ନିଖୋଜ

ନେପାଳ ଜଳପ୍ରଳୟରେ ଏଯାଏଁ ୨୮୮ ଭାରତୀୟ ନିଖୋଜ, ୨୧ ଉଦ୍ଧାର

ନେପାଳରେ ଆସିଥିବା ଜଳ ପ୍ରଳୟରେ ୨୮୮ ଜଣ ଭାରତୀୟ ନିଖୋଜ ରହିଛନ୍ତି । ଏମାନଙ୍କୁ ଖୋଜିବା ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୂଚନା ଦେଇଛନ୍ତି । ଏଯାଏଁ ୨୧ ଭାରତୀୟଙ୍କୁ ରେସକ୍ୟୁ କରାଯାଇଛି । ଏହି ମହାପ୍ରଳୟରେ ଅନେକ ଜୀବନ ଚାଲିଯାଇଥିବା ବେଳେ ମୃତଦେହ ଓ ଅନେକ ଜୀବନକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି । ଅନେକ ଭାରତୀୟ ମଧ୍ୟ ନିଖୋଜ ରହିଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ନେପାଳ ଦୁର୍ଘଟଣାରେ ୨୮୮ ଜଣ ଭାରତୀୟ ନାଗରିକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୭୩ ଜଣ ତ୍ରିଶୂଳୀ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ । ଏହା ବ୍ୟତୀତ ତାମିଲନାଡୁର ୩୭ ଏବଂ ୩୯ ଜଣଙ୍କ ଦୁଇଟି ଗୋଷ୍ଠୀ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ । ପଶ୍ଚିମବଙ୍ଗର ୩୨ ଜଣଙ୍କର ଏକ ତୃତୀୟ ଗୋଷ୍ଠୀ ମଧ୍ୟ କୈଳାସ ମାନସରୋବର ଯାତ୍ରାରେ ଅଛନ୍ତି । ବିଭିନ୍ନ ରାଜ୍ୟରୁ ଆହୁରି ୬୧ ଜଣ ନେପାଳରେ ନିଖୋଜ ଅଛନ୍ତି । ଏହା ବ୍ୟତୀତ, କେରଳର ୩୩ ଜଣଙ୍କର ଏକ ଗୋଷ୍ଠୀ ନେପାଳରେ ନିଖୋଜ ରହିଛନ୍ତି । ତାମିଲନାଡୁର ୨୧ ଜଣ ନିଖୋଜ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ କାଠମାଣ୍ଡୁରୁ ନୂଆଦିଲ୍ଲୀ ଫେରାଇ ଅଣାଯିବ ।

Leave a Reply

Your email address will not be published. Required fields are marked *