GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ ଉତ୍ପାଦ

କଣ୍ଟେଇମୁଣ୍ଡି ବାଇଗଣ, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ୍

ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର । GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ ଉତ୍ପାଦ । ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍ । ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ଏଥିସହ ନୟାଗଡ କଣ୍ଟିଲୋ ଅଂଚଳରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି । ପୋଷାକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଖୁବ୍ ନିଆରା । ଏ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲେ ।