ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ

ନେପାଳକୁ ସହାୟତାର ହାତ ବଢାଇଛି ଭାରତ

ନେପାଳକୁ ସହାୟତାର ହାତ ବଢାଇଛି ଭାରତ । ଭାରତୀୟ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି । ଜରୁରୀ ରିଲିଫ୍ ସାମଗ୍ରୀ ଓ ଔଷଧ ନେଇ ଭାରତୀୟ ବାୟୁସେନାର ବିମାନ ନେପାଳ ଅଭିମୁଖେ ଯାତ୍ରା କରିଛି ।ଭାରତୀୟ ବାୟୁସେନାର ଲଢୁଆ ଏବଂ ଭରସାଯୋଗ୍ୟ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହର୍କ୍ୟୁଲିସ୍ ବିମାନ ନେପାଳ ପାଇଁ ପ୍ରାୟ ୧୦ ଟନ୍ ଜରୁରୀ ରିଲିଫ୍ ସାମଗ୍ରୀ ଓ ଔଷଧ ନେଇ ଯାତ୍ରା କରିଛି । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ । କେବଳ C-130J ସୁପର ହର୍କ୍ୟୁଲିସ୍ ବିମାନ ନୁହେଁ C-17 ଏବଂ C-130 ପ୍ରସ୍ତୁତ ରହିଛି ।ବନ୍ୟାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଭାରତୀୟ ବାୟୁସେନାର ହେଲିକପ୍ଟରଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ଯେଉଁଠାରେ ରନୱେ ନାହିଁ, ସେଠାରେ ଏହି ବିମାନ ଓ ହେଲିକପ୍ଟର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ବେଶ୍ ସହାୟକ ହୋଇପାରିବ ।C-130J ଭାରତୀୟ ବାୟୁସେନାର ଏକ ଶକ୍ତିଶାଳୀ ଟ୍ରାନ୍ସପୋର୍ଟ ବିମାନ । ଏହାର ରିଲିଫ୍ ସାମଗ୍ରୀ ବୋହିବା କ୍ଷମତା ପ୍ରାୟ ୧୯ ଟନ୍ । ଏହାର ଦ୍ରୁତ ଗତି ଓ ଦୁର୍ଗମ ଅଞ୍ଚଳରେ ଅପରେସନ୍ କରିବାର କ୍ଷମତା ଯୋଗୁଁ ବିପର୍ଯ୍ୟୟ ସମୟରେ ଏହା ବେଶ୍ ଉପଯୋଗୀ ।ଭାରୀ ରିଲିଫ୍ ସାମଗ୍ରୀ, ଯନ୍ତ୍ରପାତି ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ବାୟୁସେନାର C-17 ଗ୍ଲୋବମାଷ୍ଟର ମଧ୍ୟ ପ୍ରସ୍ତୁତ ରହିଛି । ଏହାର କ୍ଷମତା ପ୍ରାୟ ୭୭.୫ ଟନ୍ ।

Leave a Reply

Your email address will not be published. Required fields are marked *