ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଜବତ ଘଟଣା

ବିହାରରୁ ପ୍ରକାଶ ପାଶୱାନ ଗିରଫ

ବହୁଚର୍ଚ୍ଚିତ ପାନପୋଷ ସର୍କିଟ୍ ହାଉସ୍ ବନ୍ଧୁକ ଜବତ ମାମଲାରେ ରାଉରକେଲା ପୋଲିସକୁ ବଡ଼ ସଫଳତା । ୧୧ ଦିନ ଧରି ପୋଲିସକୁ ଚକମା ଦେଇ ଫେରାର ଥିବା ପ୍ରକାଶ ପାଶୱାନ ଗିରଫ । ପ୍ରକାଶ ପାଶୱାନଙ୍କୁ କାଲି ସନ୍ଧ୍ୟାରେ ବିହାରରୁ ଗିରଫ କରାଯାଇଛି । ପ୍ରକାଶଙ୍କୁ ରାଉରକେଲା ଆଣି ପଚରାଉଚରା କରିବାକୁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ୩୫ ବର୍ଷୀୟ ପ୍ରକାଶ ପାଶୱାନ ରାଉରକେଲାର ଜଣେ ଯୁବ ରାଜନୈତିକ କର୍ମୀ । ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଏଥିସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପାଇଁ ପ୍ରତିନିଧି ଭାବେ କାମ କରୁଥିଲେ । ଜୁଏଲ ଓରାମ ମଧ୍ୟ ପ୍ରକାଶ ତାଙ୍କ ସକ୍ରିୟ କର୍ମୀ ଓ ପ୍ରତିନିଧି ଥିବା ସ୍ୱୀକାର କରିଥିଲେ । ପ୍ରକାଶଙ୍କ ବିରୋଧରେ ପୂର୍ବରୁ ୧୭ଟି ଅପରାଧିକ ମାମଲା ରହିଛି। ଏବଂ ପୋଲିସ ତାଙ୍କୁ ଜଣେ history sheeter ଭାବେ ଦର୍ଶାଇଛି।

Leave a Reply

Your email address will not be published. Required fields are marked *