ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା

H-1B ଭିସା ହେବ ମହଙ୍ଗା

H-1B ଭିସା ହେବ ମହଙ୍ଗା । ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା । H-1B ଭିସାକୁ ନେଇ ଆମେରିକା ଏକ ବଡ଼ ପ୍ରସ୍ତାବ ଆଣିଛି । H-1B କୋଟା ଅଧୀନରେ ଆବେଦନ ପାଇଁ ପ୍ରାୟ ୯୯ ଲକ୍ଷ ଟଙ୍କାର ଅଲଗା ଫି’ ନେବାକୁ ଆମେରିକାର Department of Homeland Security ପ୍ରସ୍ତାବ ଦେଇଛି। ତେବେ ଏହି ନିୟମ ଏବେଠାରୁ ଲାଗୁ ହୋଇନାହିଁ । ଏହା କେବଳ ଏକ ପ୍ରସ୍ତାବ । ଆଗକୁ ଏହା ଚୂଡ଼ାନ୍ତ ହେଲେ H-1B ଭିସାରେ ବିଦେଶୀ କର୍ମଚାରୀଙ୍କୁ ଆମେରିକା ନେବା କମ୍ପାନୀଗୁଡ଼ିକ ପାଇଁ ବହୁତ ମହଙ୍ଗା ହୋଇପାରେ । H-1B ଭିସା ଜରିଆରେ ଆମେରିକାର କମ୍ପାନୀଗୁଡ଼ିକ ଭାରତ ସମେତ ବିଭିନ୍ନ ଦେଶର ଦକ୍ଷ କର୍ମଚାରୀଙ୍କୁ ଚାକିରି ଦେଇଥାନ୍ତି । ବିଶେଷ କରି IT ଓ Technology କ୍ଷେତ୍ରରେ ବହୁ ଭାରତୀୟ ଏହି ଭିସାରେ ଆମେରିକା ଯାଆନ୍ତି । ତେଣୁ ନୂଆ ଫି’ ଲାଗୁ ହେଲେ ଭାରତୀୟ ପେସାଦାରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ପୂର୍ବରୁ H-1B ପାଇଁ 1 ଲକ୍ଷ ଡଲାର ଫିକୁ ନେଇ ଆମେରିକାରେ ଆଇନଗତ ବିବାଦ ଦେଖାଦେଇଥିଲା । କୋର୍ଟରେ ଝଟକା ପରେ ଏବେ ୧ ଲକ୍ଷ ୩ ହଜାର ୨୬୫ ଡଲାରର ନୂଆ ଫି’ ପ୍ରସ୍ତାବ ଆସିଛି। H-1B କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକୀୟ କମ୍ପାନୀଗୁଡ଼ିକ ବିଶେଷ ଦକ୍ଷତା ଥିବା ବିଦେଶୀ ପେସାଦାରଙ୍କୁ ନିଯୁକ୍ତି ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *