ପାର୍ବଣ ଋତୁରେ ବଢିବ ମିଠା ଦାମ୍

ବଢିଲା ଚିନି ଦାମ୍

ବଢିଲା ଚିନି ଦାମ୍ । ଚିନି ୧ କେଜି ଦାମ୍ ୬୫ ଟଙ୍କା ପାର୍ ହୋଇଛି । ଚିନି ଦାମ୍ ୨୦ ଦିନରେ ୨୦ ଟଙ୍କାରୁ ଅଧିକ ଦାମ୍ ବଢିଛି । କିଛିଦିନ ତଳେ ଚିନି ଦାମ୍ ୪୫ ଟଙ୍କା ରହିଥିଲା । ତେବେ ଚିନି ଦାମ୍ ବଢିବା ନେଇ ଗ୍ରାହକ କିଛି ବୁଝିପାରୁଛନ୍ତି ନା ବେପାରୀ ।ଆଗକୁ ଭାରତରେ ପାର୍ବଣ ଋତୁ, ଏଥିରେ ଚିନି ମହଙ୍ଗା ହେବା ପାର୍ବଣରୁ ମିଠାକୁ ଫିକା ପକାଇପାରେ । ଚିନି ଦାମ୍ ବଢିବା ଯୋଗୁଁ ଚିନିରେ ପ୍ରସ୍ତୁତ ହେଉଥିବା ସମସ୍ତ ଜିନିଷ ଏବଂ ମିଠା ଉପରେ ଏହାର ପ୍ରଭାବ ପଡିବ । ସରକାର ମଧ୍ୟ ଚିନି ଦାମ୍ ବଢିବା ପରେ ଚିନି ଷ୍ଟକରେ ଲିମିଟ୍ ଲଗାଇଛନ୍ତି । ଚିନି ବେପାରୀ ଏବଂ କମ୍ପାନୀ ୩୦ ଦିନ ଯାଏଁ ଜମା ରଖନ୍ତି, ଆଉ ଏବେ ୧୫ ଦିନ ଯାଏଁ ଷ୍ଟକ ରଖିପାରିବେ । ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇ ୩୦ ନଭେମ୍ବର ଯାଏଁ ରହିବ ।

Leave a Reply

Your email address will not be published. Required fields are marked *