୪୦୦ ଗାଡ଼ିର ପରମିଟ୍ ହେବ ବାତିଲ

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୩୫୪ ଗାଡ଼ି ଜବତ । ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସର ବଡ଼ ଆକ୍ସନ୍ । ରାତି ସାଢ଼େ ଗୋଟାଏ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଘଟଣାରେ ୩୫୪ଟି ଗାଡ଼ି ଜବତ କରିଛି ପୋଲିସ । ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ । ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *