ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି

ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ

ଅମାନିଆ ଗାଡି ଚାଳକଙ୍କୁ ଆଉ ତ୍ରାହିଁ ନାହିଁ । ବିନା ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ୍‌ ନଥାଇ ଗାଡି ଚଳାଇଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ । ଯେଉଁସବୁ ଗାଡ଼ିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବା ସତ୍ତ୍ୱେ ବୀମା କରୁନଥିବେ ସେହିସବୁ ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି କରାଯାଇଛି । ରାଜ୍ୟରେ ୬୫ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୈଧ ବୀମା ନଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିୟମର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *