ମୁମ୍ବାଇରେ ଲଗାତାର ୨ଟି ଭୂକମ୍ପ ଝଟକା

ମୁମ୍ବାଇରେ ଲଗାତାର ୨ଟି ଭୂକମ୍ପ ଝଟକା, ତୀବ୍ରତା ୩.୪

ମୁମ୍ବାଇ ନିକଟସ୍ଥ ପାଲଘର ଜିଲ୍ଲାରେ ଲଗାତାର ୨ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହା ୩.୨ ଏବଂ ୩.୪ ତୀବ୍ରତା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପ ଲଗାତାର ୨ ଥର ହେବାରୁ ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ନିବେଦନ କରିଛି ।ସୂଚନାନୁଯାୟୀ, ଏହି ଭୂକମ୍ପରେ କୌଣସି ଲୋକଙ୍କ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ପାଲଘର ଜିଲ୍ଲା ସୂଚନା କାର୍ଯ୍ୟାଳୟ ଅନୁସାରେ ପ୍ରଥମ ୩.୨ ତୀବ୍ରତାର ଝଟକା ସୋମବାର ରାତି ୧୦ ଟା ୪ ମିନିଟରେ ଅନୁଭୂତ ହୋଇଥିଲା ଏବଂ ୩.୪ ତୀବ୍ରତାର ଭୂକମ୍ପ ଝଟକା ରାତି ୧୧ଟାରେ ଅନୁଭୂତ ହୋଇଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *