ରାସ୍ତାରୁ ପଶୁଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ, ପ୍ରତି ବ୍ଲକ୍ ରେ ଖୋଲିବ ଗୋଶାଳା

ରାସ୍ତାର ପ୍ରତି ୧୦୦ କିମିରେ ଗୋଶାଳା

ଜାତୀୟ ରାଜପଥରୁ ହଟିବେ ଗୋରୁଗାଈ। ଗୋରୁଙ୍କୁ ସ୍ଥାନାନ୍ତର କରାଯାଇ ଗୋଶାଳାରେ ରଖାଯିବ। ରାସ୍ତାର ପ୍ରତି ୧୦୦ କିଲୋମିଟର ମଧ୍ୟରେ ନିର୍ମାଣ ହେବ ଗୋଶାଳା। ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।NHରୁ ଗାଈଗୋରୁଙ୍କୁ ବାହାର କରାଯିବ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ପଦକ୍ଷେପ ଗ୍ରହଣ କରାଯିବ। ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ। ଗୋଶାଳାର ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ। ଏହା ଉପରେ ନଜର ରଖିବେ ସ୍ଥାନୀୟ SP। ପ୍ରତି ବ୍ଲକରେ ଗୋଶାଳା ଖୋଲିବା ପାଇଁ ଯୋଜନା ହୋଇଛି ବୋଲି କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *