ଆତଙ୍କବାଦୀ ପୋଷ୍ଟର ଜାରି କଲା ଜମ୍ମୁ-କାଶ୍ମୀର ପୋଲିସ

ଲସ୍କର ଆତଙ୍କବାଦୀ ଲତିଫ ଉପରେ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ଜାମ୍ମୁ-କାଶ୍ମୀରରେ ନିକଟରେ ଘଟିଥିବା ଦୁଇଟି ପୃଥକ୍ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା ଲସ୍କର-ଇ-ତୋଇବା ଆତଙ୍କବାଦୀ ମହମ୍ମଦ ଲତିଫ୍ ଭଟ୍ଟର ସୂଚନା ଦେବା ପାଇଁ ଜାମ୍ମୁ-କାଶ୍ମୀର ପୁଲିସ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ୨୨ ବର୍ଷୀୟ ଏହି ପଳାତକ ଆତଙ୍କବାଦୀକୁ ଧରାଇବା ପାଇଁ ଶ୍ରୀନଗର ସମେତ କାଶ୍ମୀର ଉପତ୍ୟକାର ବିଭିନ୍ନ ପ୍ରମୁଖ ସ୍ଥାନଗୁଡ଼ିକରେ ତାଙ୍କର ଫଟୋ ଥିବା ପୋଷ୍ଟର ମାରି ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି ।

ସୂଚନା ଅନୁଯାୟୀ, ଗତ ଜୁଲାଇ ୨୨ରେ ଅନନ୍ତନାଗର ଲାଲଚୌକରେ ପୁଲିସ କର୍ମଚାରୀ ଆଶିକ୍ ହୁସେନ କୁରେଶୀଙ୍କୁ ହତ୍ୟା ଏବଂ ଜୁଲାଇ ୩୧ରେ କୁଲଗାମର ଏକ ଇଟା ଭାଟିରେ ଛତିଶଗଡ଼ର ଦୁଇଜଣ ଶ୍ରମିକଙ୍କୁ ହତ୍ୟା ଘଟଣାର ତଦନ୍ତ ବେଳେ ଲତିଫର ନାମ ସାମ୍ନାକୁ ଆସିଛି । ଗତବର୍ଷ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଲତିଫ୍, ଗତମାସରେ ଶୋପିଆନଠାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟର ସମୟରେ ଅନ୍ୟ ଜଣେ ଆତଙ୍କବାଦୀ ଜାକିର ଅହମ୍ମଦ ସହ ଫସି ରହିଥିଲା ।

Leave a Reply

Your email address will not be published. Required fields are marked *