ସାରା ରାଜ୍ୟକୁ ୟେଲୋ ଆଲର୍ଟ

ଓଡ଼ିଶାରେ ପ୍ରବଳ ବର୍ଷା

ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପ୍ରଭାବ ସବୁଠାରୁ ଅଧିକ ଦେଖାଦେଇଛି । ସକାଳ ସାଢ଼େ ୫ଟା ସୁଦ୍ଧା ସହରରେ ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅତ୍ୟଧିକ ବର୍ଷା ଯୋଗୁଁ ମଧୁସୂଦନ ନଗର, ନୟାପଲ୍ଲୀ, ଏୟାରପୋର୍ଟ, ଜଗମୋହନ ନଗର ଓ ଲକ୍ଷ୍ମୀ ସାଗର ଭଳି ଅଞ୍ଚଳରେ ପାଣି ଜମି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।ମଧୁସୂଦନ ନଗରରେ ୧୦୭ ମିମି, ନୟାପଲ୍ଲୀ ଓ ଏୟାରପୋର୍ଟରେ ୯୭.୨ ମିମି, ଜଗମୋହନ ନଗରରେ ୯୦.୪ ମିମି ଏବଂ ଲକ୍ଷ୍ମୀ ସାଗରରେ ୮୩.୨ ମିମି ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *