ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମାଡ୍ରାସ ହାଇକୋର୍ଟରୁ ଉଦୟନିଧିଙ୍କୁ ଆଶ୍ୱସ୍ତି

ପଚରାଉଚରା ପରେ ଉଦୟନିଧି ଷ୍ଟାଲିନଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ । ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଫିଲ୍ମ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦ୍ବିଅର୍ଥବୋଧକ ମନ୍ତବ୍ୟ ଦେବା ଘଟଣାରେ ଗିରଫ ହୋଇଥିଲେ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରାୟ ୪ ଘଣ୍ଟା ପରେ ପୋଲିସ ମୁକ୍ତ କରିଛି । ଡିଏମକେ ନେତା ଷ୍ଟାଲିନଙ୍କୁ ତଦନ୍ତରେ ସହାୟତା କରିବାକୁ କହିଛନ୍ତି ହାଇକୋର୍ଟ ।

ତ୍ରିଷା କୃଷ୍ଣନଙ୍କୁ ନେଇ କଥିତ ବିବାଦୀୟ ମନ୍ତବ୍ୟ ମାମଲାରେ ଗିରଫ ହୋଇଥିବା ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଓ ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନଙ୍କୁ ପଚରାଉଚରା ପରେ ମୁକ୍ତ କରିବାକୁ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଥିଲେ ଯେ, ପୁଲିସ ଉଦୟନିଧିଙ୍କୁ କେବଳ ପଚରାଉଚରା ପାଇଁ ଗିରଫ କରିଛି ଏବଂ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇବାର କୌଣସି ଉଦ୍ଦେଶ୍ୟ ନାହିଁ । ଏହାପରେ ହାଇକୋର୍ଟ ପଚରାଉଚରା ଶେଷ ହେବା ପରେ ସେହି ଦିନ ଷ୍ଟେସନ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ତଦନ୍ତରେ ସହଯୋଗ କରିବାକୁ ଉଦୟନିଧିଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *