ଉତ୍କେଲାକୁ ଉଡିଲା ପ୍ରଥମ ବିମାନ

ଉଦଘାଟିତ ହେଲା କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର

ଉଦଘାଟିତ ହେଲା ଉତ୍କେଲା ବିମାନ ବନ୍ଦର । ଭୁବନେଶ୍ୱରରୁ ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଏହାର ଭର୍ଚୁଆଲରେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭୁବନେଶ୍ୱରରେ ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରଥମ ବିମାନ ଛାଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସବୁଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ ଉଡିବ ବିମାନ ସେବା । ଭୁବନେଶ୍ବରରୁ ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଂଚିବ ବିମାନ ।

ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଂଚିବ । ୯ଟି ସିଟ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିଥିବା ମହୀ ଦେଖିବାକୁ ମିଳିଛି । ଏଥିପାଇଁ ଟିକେଟର ଦାମ ୯୯୯ ଟଙ୍କା । ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚିବେ । ଗତ ୭ରେ ଡିଜିସିଏ ପକ୍ଷରୁ ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ଆଉ ଆଜି ଏହାର ଉଦ୍ଘାଟନ ପରେ କଳାହାଣ୍ଡିବାସୀଙ୍କ ମନରେ ଖୁସି ଦେଖାଦେଇଥିବା ଦେଖିବାକୁ ମିଳିଛି ।