ୟୁକ୍ରେନରେ ଫସିଲେ ୧୩ ଭାରତୀୟ ନାବିକ

ୟୁକ୍ରେନରେ ଫସିଲେ ୧୩ ଭାରତୀୟ ନାବିକ

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସଙ୍କଟରେ ୧୩ ଭାରତୀୟ ନାବିକ । ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବା ଏମଭି AMIR1 ନାମକ ମାଲବାହୀ ଜାହାଜରେ ଥିବା ଭାରତୀୟ ନାବିକମାନେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣର ଭୟ ମଧ୍ୟରେ ଦିନ କାଟୁଛନ୍ତି । ଭାରତ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦାବି କରିଛି ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆ ସୂଚନା ଅନୁସାରେ, ଏମଭି AMIR1 ଜାହାଜରେ ମୋଟ ୧୫ ଜଣ କ୍ରୁ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ଭାରତୀୟ। ଜାହାଜଟି ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବାବେଳେ ଆଖପାଖ ଅଞ୍ଚଳରେ ବାରମ୍ବାର ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହେଉଛି । ଏହା ଫଳରେ ଜାହାଜରେ ଥିବା ସମସ୍ତ କ୍ରୁଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *