ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ
ଡାକ୍ତରଙ୍କ ଚ୍ୟାମ୍ବରଠୁ ରକ୍ତ ନମୂନା ପରିକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଲାଗିଛି ଧାଡି। ଆନ୍ଧ୍ର ପ୍ରଦେଶରେ ୨୦ରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ଏବଂ ୪ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲା ରାୟଗଡ଼ାରେ ଭୟ ବଢିଛି। ଥଣ୍ଡା ଓ ଛିଙ୍କରେ ଆକାନ୍ତ ଲୋକେ ନିଜ ନିଜର ସ୍ବାବ୍ ପରୀକ୍ଷା କରାଇବାକୁ ହସ୍ପିଟାଲରେ ଭିଡ଼ ଜମାଇଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ କେରେଡା-କୁନେରୁ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକେ ଓଡ଼ିଶା ଯିବାଆସିବା କରୁଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା କରିଛନ୍ତି ଗ୍ରାମବାସୀ।
