ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର। ‘ଏକ୍ସ’ରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର।ବିରୋଧୀ ଦଳମାନେ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ଜୁଲାଇ ୨୦ ତାରିଖରୁ ଜୋରଦାର ହୋଇଥିଲା ଆନ୍ଦୋଳନ। ଜନ୍ତରମନ୍ତରରୁ ଆନ୍ଦୋଳନ ସିଧା ପହଞ୍ଚିଥିଲା ପାର୍ଲାମେଣ୍ଟ ଯାଏଁ। ଏପରିକି ବିରୋଧୀଦଳଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଆନ୍ଦୋଳନ କରିଥିଲେ। ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଜନ୍ତର ମନ୍ତର ଠାରେ ଏକ ବିରୋଧ ପ୍ରଦର୍ଶନ ସହ ସରକାରଙ୍କ ନିକଟରେ ୩ଟି ଦାବି ରଖିଥିଲେ। ସେଥିମଧ୍ୟରେ ଥିଲା, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଜୀବନ ହାରିଥିବ ନିଟ୍ ଆଶାୟୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଓ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଦାବି ରଖିଥିଲା ସିଜେପି।
