ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷିବ
ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷିବ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଵର୍ଷା ଲାଗି ରହିଥିବା ବେଳେ ଏଯାଏ ଲଘୁଚାପ ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ । ଆଜି ପାଇଁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେପଟେ ଜୁନ ୧ରୁ ଏଯାବତ ୪୮୮. ୯ ମିମି ହୋଇଥିବା ବେଳେ ସ୍ୱାଭାବିକ ବର୍ଷାଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି ।
