ଖୁବଶୀଘ୍ର ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍
ଖୁବଶୀଘ୍ର ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ । ପୂରଣ ହେବାକୁ ଯାଉଛି ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ଭୁବନେଶ୍ବରରୁ ସୁରକ୍ଷା ବିଭାଗର ସହକାରୀ ନିର୍ଦେଶକ ମନୋଜ ଦାସ ଓ ଏରୋ ସେଫଗାର୍ଡର ସହକାରୀ ନିର୍ଦେଶକ ନୀରଜ ନାୟକ ମାଲକାନଗିରିରେ ପହଞ୍ଚିଛନ୍ତି । ପ୍ରଥମେ ମାଲକାନଗିରି ଏୟାରପୋର୍ଟ ପରିଦର୍ଶନ କରି ସେଠାର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ପରେ ଜିଲ୍ଲାପାଳ,ଏସପି,ଅଗ୍ନିଶମ ଅଧିକାରୀ,ସିଡିଏମଓ,ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଟ୍ରାଏଲ ରନର ସଫଳତା ଓ ପାରିପାର୍ଶ୍ବିକ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ସକାଳୁ ମଧ୍ୟ ଏୟାର ପୋର୍ଟ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତ ଶେଷ କରାଯିବ । ସେଠାରେ ହିଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ରିହର୍ସଲ କରାଯିବ ।
