ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ୫ମ କିସ୍ତି, ୨୦୨୬-୨୭ ରେ ୩ ଲକ୍ଷ ନୂଆ ଆବେଦନକାରୀ
ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି। ଟଙ୍କା ବିତରଣକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓସିଏସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ଟି ନୂଆ ଆବେଦନ ଆସିଛି। ଡିବିଟି, ଇ କେୱାଇସି, ଫିଲଡ଼ ଭେରୀଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି। ୮୨ ହଜାର ୩୬ଟି ଡିବିଟି ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍, ଇ-କେୱାଇସି ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ମ ଏନକ୍ସାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ଫିଲଡ଼ ତଦନ୍ତ ପାଇଁ ବ୍ଲକ କମିଟି ଜିଲ୍ଲା କମିଟିକୁ ରିପୋର୍ଟ ଦେବ। ଜିଲ୍ଲା କମିଟି ଜୁଲାଇ ୨୫ ଭିତରେ ରାଜ୍ୟ କମିଟିକୁ ରିପୋର୍ଟ ଦେବେ। ବାଓ
