ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ଟେକାମାଡ

ମୁଜାଫରନଗର ଷ୍ଟେସନ୍‌ ନିକଟରେ ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ଟେକାମାଡ଼ । ଟ୍ରେନ୍‌ ମୁଜାଫରନଗର ଷ୍ଟେସନ୍‌ରେ ପହଞ୍ଚୁଥିବା ବେଳେ ‘କୋଚ୍‌ ଇ-୧’ର ସିଟ୍‌ ନମ୍ବର ୧୩-୧୪ ଉପରେ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ଏବଂ ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି । ରେଳବାଇ ପୋଲିସ ଫୋର୍ସ ମଧ୍ୟ ଦୁର୍ବୃତ୍ତମାନଙ୍କ ନାଁରେ ମାମଲା ରୁଜୁ କରିଛି । ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ । ବିଭିନ୍ନ ରାଜ୍ୟରେ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ଦିନରୁ ଟେକାମାଡ଼ ଘଟଣା ଘଟିଆସୁଛି । ଗତ ଛଅ ମାସ ମଧ୍ୟରେ କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ ଓ କର୍ଣ୍ଣାଟକରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଟେକାମାଡ଼ ହୋଇଥିବା ରିପୋର୍ଟ କରାଯାଇଛି । ଏହା ପୂର୍ବରୁ ମେ ୨ ତାରିଖ ଦିନ କେରଳର ମାଲାପୁରମ୍‌ ଜିଲ୍ଲା ଅନ୍ତର୍ଗତ ତିରୁର୍‌ ରେଳ ଷ୍ଟେସନ୍‌ ଅତିକ୍ରମ କରିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼ ହୋଇଥିଲା ।