ସଡ଼କ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣର କଠୋର ନିଷ୍ପତ୍ତି

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ ଜବତ ହେବ ଗାଡ଼ି

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ ଜବତ ହେବ ଗାଡ଼ି। ସଡ଼କ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣର କଠୋର ନିଷ୍ପତ୍ତି। ଆରଟିଏ, ଏଆରଟିଓ ଏବଂ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି ହୋଇଛି। ସର୍କୁଲାର ଅନୁସାରେ, ବିନା ଫିଟନେସ୍ ସାର୍ଟିଫିକେଟରେ ଚଳାଚଳ କରୁଥିବା ଗାଡ଼ି ବିରୋଧରେ କେବଳ ଜରିମାନା ଲାଗୁ ହେବ ନାହିଁ, ବରଂ ଆବଶ୍ୟକ ସ୍ଥଳେ ମୋଟର ଯାନ ଆଇନର ଧାରା-୨୦୭ ଅନୁଯାୟୀ ଗାଡ଼ି ଜବତ କରାଯିବ ।

ଏପ୍ରିଲ ୧ରୁ ଜୁନ ୩୦, ୨୦୨୬ ମଧ୍ୟରେ ହୋଇଥିବା ଯାଞ୍ଚରେ ସାରା ରାଜ୍ୟରେ ୧ଲକ୍ଷ ୬୪ହଜାର ୮୮୨ଟି ଚାଲାଣ କଟାଯାଇଥିଲେ ମଧ୍ୟ ମାତ୍ର ୪୨୮ଟି ଗାଡ଼ି ଜବତ ହୋଇଛି। ବିନା ଫିଟନେସରେ ସହିତ ପଞ୍ଜିକରଣ, ପରମିଟ୍ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ବିରୋଧରେ ମଧ୍ୟ କଡ଼ା ଆଭିମୁଖ୍ୟ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ସହ ସମନ୍ୱୟ ରଖି VAHAN ଓ e-Challan ଡ୍ୟାସବୋର୍ଡର ଆଲର୍ଟ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରାଯିବ। ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ହ୍ରାସକୁ ମିଶନ୍‌ ଭାବେ ଗ୍ରହଣ କରିଥିବା ବେଳେ ସମସ୍ତ ଗାଡ଼ି ମାଲିକ ଓ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *