ଭୋଟରଙ୍କ ପାଇଁ ବଡ଼ ଅପଡେଟ୍

ଆଜି ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ସରିଲା ଓଡ଼ିଶାରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଆଜି ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା । ଆଜି ଚିଠା ତାଲିକା ପ୍ରକାଶ ପାଇବା ପରେ ସାଧାରଣ ନାଗରିକମାନଙ୍କ ଯାଞ୍ଚ ପାଇଁ ଅଗଷ୍ଟ ୪ ପର୍ଯ୍ୟନ୍ତ ସମୟ ଦିଆଯିବ । ଏହି ସମୟ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରିହେବ। ନୂଆ ନାଁ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ ଆବେଦନ କରିପାରିବେ । ଅଯୋଗ୍ୟ କିମ୍ବା ମୃତ ବ୍ୟକ୍ତିଙ୍କ ନାଁ ଥିଲେ, ଏହା ବିରୋଧରେ ଆପତ୍ତି ଉଠାଇବା ପାଇଁ ଫର୍ମ-୭ ଦେଇପାରିବେ । ସେହିପରି ନାମର ବନାନ, ବୟସ କିମ୍ବା ଠିକଣା ଭୁଲ୍ ଥିଲେ ତାହା ବଦଳାଇବା ପାଇଁ ଫର୍ମ-୮ ଦାଖଲ କରିପାରିବେ । ଅଭିଯୋଗର ସମାଧାନ ଓ ଶୁଣାଣି ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।

Leave a Reply

Your email address will not be published. Required fields are marked *