IBର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ IPS ଅଧିକାରୀ ମହେଶ ଦୀକ୍ଷିତ

IBର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ IPS ଅଧିକାରୀ ମହେଶ ଦୀକ୍ଷିତ

IB ର ନୂଆ ନିର୍ଦ୍ଦେଶକ ମହେଶ ଦୀକ୍ଷିତ। ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ IPS ଅଧିକାରୀ ମହେଶ ଦୀକ୍ଷିତ । ଭାରତର ଅଗ୍ରଣୀ ଆଭ୍ୟନ୍ତରୀଣ ଗୁପ୍ତଚର ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋର ମୁଖ୍ୟ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ IPS ଅଧିକାରୀ ମହେଶ ଦୀକ୍ଷିତ । ସେ ୧୯୯୩ ବ୍ୟାଚ୍ ର ଆନ୍ଧ୍ରପ୍ରଦେଶ କ୍ୟାଡରର ଜଣେ ଦକ୍ଷ ପ୍ରଶାସକ ।ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ସେ ତପନ କୁମାର ଡେକାଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ନିଯୁକ୍ତି କମିଟି ଜୁନ୍ ୨୫, ୨୦୨୬ ରେ ମହେଶ ଦୀକ୍ଷିତଙ୍କ ନାମରେ ମୋହର ମାରିଥିଲା । ଆଗାମୀ ୨ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ।ସେ ପୂର୍ବରୁ IB ର ସ୍ପେଶାଲ ଡିରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ସେ ଅଗଷ୍ଟ ୨୦୨୭ ରେ ଅବସର ନେବାର ଥିଲା, ମାତ୍ର ସରକାରୀ ନିୟମ ଅନୁଯାୟୀ ତାଙ୍କର ସେବା ଅବଧିକୁ ବଢ଼ାଇ ଦିଆଯାଇଛି । ମହେଶ ଦୀକ୍ଷିତ କେବଳ ଜଣେ ଆଇପିଏସ୍ ଅଧିକାରୀ ନୁହନ୍ତି, ସେ ଜଣେ ଯୋଗ୍ୟ ଡାକ୍ତର ମଧ୍ୟ । ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଗ୍ରାଉଣ୍ଡ-ଲେଭଲ୍ ଗୁପ୍ତଚର ନେଟୱର୍କ ତିଆରି କରିବାରେ ତାଙ୍କର ଦୀର୍ଘ ୨୬ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି ।

Leave a Reply

Your email address will not be published. Required fields are marked *