ବଦଳୁଛି ବାଘର ରଙ୍ଗ !

ଶିମିଳିପାଳରେ ବଦଳୁଛି ବାଘର ରଙ୍ଗ, ବଢୁଛ କଳା ବାଘସଂଖ୍ୟା

ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ । ଦେଖିବାକୁ ମିଳୁଛି ଅଧିକ ସଂଖ୍ୟାରେ କଳା ବାଘ । ବାଘର ରଂଗ ବଦଳିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସଂଖ୍ୟା କମୁଥିବାରୁ ଆନୁବଂଶିକ ରୂପାନ୍ତରଣକୁ ଦାୟୀ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏହାରି ଭିତରେ ପ୍ରଶ୍ନ ଉଠୁଛି, ରଙ୍ଗ ପରିବର୍ତ୍ତନ, ବାଘବଂଶ ଉପରେ ପ୍ରଭାବ ପକାଇବ ନି ତ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ମହାବଳ ବାଘ ୧୪ ପ୍ରକାରର ରଙ୍ଗର ରହିଥାନ୍ତି । କିନ୍ତୁ ଆମେ ହଳିଦିଆ ଶରୀର ସହ କଳା ରଙ୍ଗର ପଟା ପଟା ଦାଗ ରହିଥିବା ଦେଖିଥାଉ । କିନ୍ତୁ ବର୍ତ୍ତମାନ ଶିମିଳିପାଳରେ ଅଧିକ ସଂଖ୍ୟାରେ କଳା ବାଘ ଦେଖିବାକୁ ମିଳିଛି ଯାହା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି ।