ଇସ୍ତଫା ଦେଲେ ଚମ୍ପତ ରାୟ
ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ ନୁହେଁ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରା ମଧ୍ୟ ଇସ୍ତଫା ଦେଇଛନ୍ତି ।ରାମ ଜନ୍ମଭୂମି ଟ୍ରଷ୍ଟର ଦୁଇ ଜଣ ସଦସ୍ୟ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଛନ୍ତି । ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି । ଏସଆଇଟିର ସୁପାରିଶ କ୍ରମେ ଘଟଣାରେ ପୂର୍ବରୁ ଏଫଆଇଆର ରୁଜୁ ହୋଇ ସାରିଛି । ଏସଆଇଟି ରିପୋର୍ଟ ଆଧାରରେ ଏଫଆଇଆର ଦାୟର ହୋଇ ମାମଲାର ଯାଞ୍ଚ ଲଗାତାର କରାଯାଉଛି ।ରାମ ମନ୍ଦିରକୁ ଦାନ କରାଯାଇଥିବା ଅର୍ଥ ଏବଂ ଅନେକ ଅଳଙ୍କାର ଚୋରି ଅଭିଯୋଗରେ ପୂର୍ବରୁ ପୋଲିସ ଆକ୍ସନ ନେଇଛି । ଏହି ମାମଲାରେ ୮ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି । ଘଟଣାର ତଦନ୍ତ ବି ଚାଲିଛି ।
