ଅପରେସନ ସିନ୍ଦୂରରେ ୬ ସହିଦଙ୍କ ନାଁ ସାର୍ବଜନୀନ
ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ ପ୍ରଥମ ଥର ସାର୍ବଜନୀନ ଭାବେ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ଜଣ ସହିଦଙ୍କ ନାଁ ବିଧିବଦ୍ଧ ଭାବେ ସାର୍ବଜନୀନ କରାଯାଇଛି । ୬ ସହିଦ ବୀରଙ୍କ ନାଁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ରୋଲ୍ ଅଫ୍ ଅନରରେ ସ୍ଥାନ ପାଇଛି ।୬ ଜଣ ବୀର ସହିଦ ହେଉଛନ୍ତି ସୁବେଦାର ମେଜର ପବନ କୁମାର, ରାଇଫଲମ୍ୟାନ୍ ସୁନୀଲ କୁମାର, ଲାନ୍ସ ନାୟକ ଦିନେଶ କୁମାର, ଅଗ୍ନିବୀର ଏମ. ମୁରଲୀ ନାୟକ, ହାବିଲଦାର ସୁନୀଲ କୁମାର ସିଂ ଓ ସର୍ଜେଣ୍ଟ ସୁରେନ୍ଦ୍ର କୁମାର । ୨୦୨୫ ମେରେ ଭାରତୀୟ ସେନାର ଅପରେସନ ସିନ୍ଦୂରରେ ମୃତାହତଙ୍କ ସଂଖ୍ୟାକୁ ନେଇ ପୂର୍ବରୁ କେବଳ ଚର୍ଚ୍ଚା ଲାଗି ରହିଥିଲା । ଯୁଦ୍ଧ ସ୍ମାରକୀରେ ନାମ ଖୋଦିତ ହେବା ପରେ ସରକାର ପ୍ରଥମ ଥର ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛନ୍ତି ।
