୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ । ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ । ରାୟଗଡ଼ାରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଠିକାଦାର ସନ୍ୟାସୀ ସୁବୁଦ୍ଧିଙ୍କ କାମର ବିଲ ପାସ୍ କରାଇବା ପାଇଁ ଦାବି କରିଥିଲେ ଲାଞ୍ଚ। ସରକାରୀ ବାସଭବନରେ ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଟିମ୍ । ରାୟଗଡ଼ା ଭିଜିଲାନ୍ସ ଡିଏସପି ଓ ତାଙ୍କ ଟିମ୍ ପକ୍ଷରୁ ଯନ୍ତ୍ରୀଙ୍କ ଠିକଣାରେ ଚଢ଼ାଉ ଜାରି ରହିଛି ।
