ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା। ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ SEA FOOD ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ହୋଇଥିଲା । କାଲି ଏମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ଓଡ଼ିଆ ଶ୍ରମିକ ମୃତାହତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ତାମିଲନାଡୁ ଗସ୍ତ କରିଛନ୍ତି । ମୃତକମାନେ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ।

ତିରୁଭଲ୍ଲୁର ଜିଲ୍ଲାର ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ସ ଏକ୍ସପୋର୍ଟ୍ସ ଫ୍ୟାକ୍ଟ୍ରିରେ ରବିବାର ଅପରାହ୍ନରେ ପ୍ରଥମେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ରିପୋର୍ଟ କରାଯାଇଥିଲା। ଏହି ଘଟଣାରେ ୭୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟରୁ ଏକ ସତର୍କ ସୂଚନା ପାଇବା ପରେ ଆରାକୋନମରେ ଥିବା ଏନଡିଆରଏଫ୍ (NDRF) ଚତୁର୍ଥ ବାଟାଲିୟନ ମୁଖ୍ୟାଳୟକୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ କରାଯାଇଥିଲା।

ଘଟଣାସ୍ଥଳକୁ ଚେନ୍ନାଇରୁ ଏକ ୩୦ ଜଣିଆ NDRF ଦଳ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE), ଗ୍ୟାସ୍ ଚିହ୍ନଟ ଉପକରଣ ଏବଂ ସ୍ୱତନ୍ତ୍ର ରାସାୟନିକ, ଜୈବିକ, ରେଡିଓଲୋଜିକାଲ୍ ଏବଂ ନ୍ୟୁକ୍ଲିୟର (CBRN) ଉଦ୍ଧାର ଉପକରଣ ସହିତ ସଜ୍ଜିତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *