ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ସୁସ୍ଥ ଆୟୁ ପାଇଁ ଯୋଗ

ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ । ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁର । ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୨ ବର୍ଷରେ ପହଂଚିଛି। ଏଥର ଯୋଗ ଦିବସ ଅବସରରେ ମୁଖ୍ୟ ରାଷ୍ଟ୍ରୀୟ କାର୍ୟ୍ୟକ୍ରମ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସ୍ଥିତ ଐତିହାସିକ ରେଡ୍ ରୋଡ୍ ଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷର ଥିମ୍ ରହିଛି “ସୁସ୍ଥ ଆୟୁ ପାଇଁ ଯୋଗ” । ବିଦେଶରେ ପ୍ରାୟ ୨ ଶହରୁ ଅଧିକ ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ୨୫୦୦ ସ୍ଥାନରେ ଯୋଗ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *