ବାୟୁସେନାର AN-32 ବିମାନ କ୍ରାସ୍

ବାୟୁସେନାର AN-32 ବିମାନ କ୍ରାସ୍, ୫ ମୃତ, ଯାଞ୍ଚ ପାଇଁ ନିର୍ଦ୍ଦେଶ

ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ଭାରତୀୟ ଏୟାର ଫୋର୍ସ । ଆଜି ଅବତରଣ ବେଳେ ବାୟୁସେନାର AN-32 ବିମାନ କ୍ରାସ୍ କରିଥିଲା ।ବିମାନଟି ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏୟାରବେସ୍ ପରିସର ମଧ୍ୟରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲା । ଧକ୍କା ହେବା ମାତ୍ରେ ବିମାନଟିରେ ଭୟାବହ ନିଆଁ ଲାଗିଯାଇଥିଲା । ଘଟଣା ଘଟିବା ସଙ୍ଗେ ସଙ୍ଗେ ଏୟାରବେସର ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବା ଦଳ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିଛନ୍ତି । ବାୟୁସେନାର ବରିଷ୍ଠ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *