ପ୍ରାକ୍-ମୌସୁମୀ ବର୍ଷା ସହ ଜାରି ରହିଛି କାଳବୈଶାଖୀର ପ୍ରଭାବ

ରଜରେ ଭିଜିବ ସାରା ଓଡ଼ିଶା

ରଜରେ ଭିଜିବ ସାରା ଓଡ଼ିଶା। କାରଣ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ଏବେ ପ୍ରାକ୍-ମୌସୁମୀ ବର୍ଷା ସହ ଜାରି ରହିଛି କାଳବୈଶାଖୀର ପ୍ରଭାବ। ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବନି। ଏହାପରେ ତାପମାତ୍ରା ସାମାନ୍ୟ ଖସିବା ସହ ଅସହ୍ୟ ଗରମରୁ କିଛିଟା ଆଶ୍ୱସ୍ତି ମିଳିପାରେ।

Leave a Reply

Your email address will not be published. Required fields are marked *