ପାକ୍ ସେନାର Mi-17 ହେଲିକପ୍ଟର କ୍ରାସ୍, ସମସ୍ତ ସୈନିକ ମୃତ

ପାକିସ୍ତାନ ଆର୍ମି ଏଭିଏସନର ଏମଆଇ-୧୭ ହେଲିକପ୍ଟର କ୍ରାସ

ପାକିସ୍ତାନ ଆର୍ମି ଏଭିଏସନର ଏମଆଇ-୧୭ ହେଲିକପ୍ଟର କ୍ରାସ । ଏଥିରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ହେଲିକପ୍ଟରଟି ଉଡ଼ାଣ ଭରିଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ।

ଖବର ମୁତାବକ, ପାକିସ୍ତାନ ଆର୍ମି ଏଭିଏସନର ଏକ ଏମଆଇ-୧୭ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ମୁଜ୍ଜାଫରାବାଦରୁ ଉଡ଼ାଣ ଭରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି ।

ସେନା ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି, ହେଲିକପ୍ଟର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ପରେ ରେସକ୍ୟୁ ଟିମ୍ ଏବଂ ରିକଭରୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ମ୍ତକଙ୍କ ସଂଖ୍ୟା ଏଯାଏଁ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *