ଡିଭାଇଡର ଉପରକୁ ଚଢ଼ିଗଲା ଦାମୀ PORSCHE ଗାଡ଼ି
ଡିଭାଇଡର ଉପରକୁ ଚଢ଼ିଗଲା ଦାମୀ PORSCHE (ପସ୍) ଗାଡ଼ି । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ। ଗତକାଲି ସକାଳେ ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା। ଏହି ସ୍ପିଡ୍ କାରଟି ଭୁବନେଶ୍ବରରୁ ପୁରୀ ଆସୁଥିବା ବେଳେ ହଠାତ୍ ଜଣେ ଲୋକ ସାମ୍ନାକୁ ଚାଲି ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ବ୍ରେକ ମାରିଥିଲେ।ଗାଡିଟି ସ୍ପିଡ଼ରେ ଥିବାରୁ ବୁଲି ଯାଇ ଡିଭାଇଡର ଉପରକୁ ଚଢିଯାଇଥିଲା । ତେବେ କାରରେ ଥିବା ସୁରକ୍ଷା ବେଲୁନ ଖୋଲିଯିବାରୁ ଡ୍ରାଇଭରଙ୍କ ବିଶେଷ କିଛି କ୍ଷତି ହୋଇ ନଥିଲା । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗାଡ଼ି ସାମ୍ନାକୁ ଚାଲି ଆସିଥିବା ଲୋକ ମଧ୍ୟ ସୁରକ୍ଷିତ ଅଛନ୍ତି। ପୁରୀ ପୋଲିସ ସହାୟତାରେ ଗାଡିକୁ କ୍ରେନ୍ ସାହାଯ୍ୟରେ କଢାଯାଇ ଭୁବନେଶ୍ବରକୁ ପଠାଯାଇଥିଲା। ବହୁ କୋଟି ଟଙ୍କାର ଏହି ଦାମୀ ଗାଡି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
