ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ୬୫୦ ବେଡ୍ ବିଶିଷ୍ଟ ଅତ୍ୟାଧୁନିକ ଡାକ୍ତରଖାନାକୁ କରିବେ ଲୋକାର୍ପଣ । ଏହାସହ ସ୍ଥାନୀୟ କଲେଜପଡିଆଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ଏବଂ ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭଉଦଘାଟନ ଏବଂ ଭିତ୍ତିପ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଆକାଶ ପଥରେ ଭୁବନେଶ୍ୱର ରୁ ବାହାରି ବାରିପଦା ପୁଲିସ୍ ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦.୪୫ ମିନିଟ ସମୟରେ ଅବତରଣ କରିବା ସହ ୧୧.୦୦ ଟାରେ ସ୍ଥାନୀୟ କଲେଜପଡ଼ିଆ ସଭାସ୍ଥଳରେ ପହଞ୍ଚି ସରକାରଙ୍କ ଦୁଇବର୍ଷ ପୁର୍ତ୍ତି ଅବସରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ।
