ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ବଡ଼ ପଦକ୍ଷେପ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ

ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ବଡ଼ ପଦକ୍ଷେପ । ପରମ୍ପରା ରକ୍ଷା ପାଇଁ ଗଜପତିଙ୍କ ଅପିଲ୍! । ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା!। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶାସ୍ତ୍ରୀୟ ନୀତିର ସୁରକ୍ଷା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ISKCON ଦ୍ୱାରା ବିଦେଶରେ ମନଇଚ୍ଛା ଓ ଶାସ୍ତ୍ର ବିରୋଧୀ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି । ଇସ୍କନ ବିଦେଶର ବିଭିନ୍ନ ସହରରେ ଶାସ୍ତ୍ରସମ୍ମତ ନୀତି ବାହାରେ ଅନ୍ୟ ତିଥିରେ ରଥଯାତ୍ରା କରୁଛି ।

Leave a Reply

Your email address will not be published. Required fields are marked *