ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ

ଲାଞ୍ଚ ନେଇ ବନ୍ଧା ହେଲେ ଜୁନିୟର ଆସିଷ୍ଟାଣ୍ଟ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ବାସୁଦେବପୁର ଅଂଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଭଦ୍ରକକୁ ଆସି ଜଗି ରହିଥିଲା। ଆଜି ଶ୍ରୀକାନ୍ତ ଦାସ ତାଙ୍କ କାର୍ଯ୍ୟାଳୟରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀକାନ୍ତ ଦାସଙ୍କ ଅଫିସ ଓ ଜଗନ୍ନାଥ ପୁର ଜାନୁଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଉଛି।

Leave a Reply

Your email address will not be published. Required fields are marked *