କାନ୍ଦୁଛି କୁମ୍ଭେଇର କେଳାସାହି ବସ୍ତି !

ସ୍ବାଧିନତାର ଦୀର୍ଘବର୍ଷ ପରେ ବି ନାହିଁ ମୌଳିକ ସୁବିଧା !

ନା ଭଲ ଘର ଖଣ୍ଡେ ଅଛି , ନା ବଞ୍ଚିବାକୁ ମୌଳିକ ସୁବିଧା । ସ୍ବାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏମାନେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ଜଣେ ବୁଢାମଉସାଙ୍କ କଥା ଶୁଣି ଆମେ ବି ସ୍ତବ୍ଧ ହୋଇଯାଇଥିଲୁ । ଏ ହେଉଛି ଯାଜପୁର ଜିଲ୍ଲା, ବଡ଼ଚଣା ବ୍ଲକ ସୋଲର ପଞ୍ଚାୟତ କୁମ୍ଭେ଼ଇ ମୌଜାର କେଳା ସାହିବସ୍ତିର ଚିତ୍ର। ଯାହା ଛତିଆ ୧୬ ନମ୍ୱର ଜାତୀୟ ରାଜପଥ ଠାରୁ ବିଦ୍ୟାଧରପୁର ଦେଇ ଗଲେ ପଡ଼ିଥାଏ । ପିଢ଼ି ପରେ ପିଢ଼ି ଭୋଟର କାର୍ଡ ଆଉ ଆଧାର କାର୍ଡ ପାଇ ସ୍ଥାୟୀ ବାସିନ୍ଦା ଭାବେ ଦିନ ପରେ ଦିନ ବିତେଇ ଚାଲିଛନ୍ତି। ହେଲେ ଏମାନଙ୍କ ବଞ୍ଚିବା ପାଇଁ ନାହିଁ କୌଣସି ମୌଳିକ ସୁବିଧା । ଭଙ୍ଗା ଚାଲ ଛପର ଘରେ ବିତୂଛି ଏହି ସରଳ ଗ୍ରାମବାସୀଙ୍କ ଜୀବନ । ସରକାର ବିକାଶର ନାରା ଦେଉଥିବା ବେଳେ ଏମାନଙ୍କ ପାଇଁ ବିକାଶ ସାତ ସପନ । ଯାହାର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ ।

ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ ନାହିଁ ପିଇବା ପାଣି ।ବାରମ୍ବାର ଦାବି ସତ୍ବେ ନିଦା ବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ ୧୯୯୯ ମସିହା ମହାବାତ୍ୟାଠାରୁ ଏଠାରେ ରହି ଆସୁଛନ୍ତି ଏହି ଗ୍ରାମବାସୀ । ଏହାରି ଭିତରେ ବାତ୍ୟାକୁ ୨୫ବର୍ଷ ପୁରି ଥିଲେ ମଧ୍ୟ, ଏହି ବସ୍ତି ରେ ବସ ବାସ କରୁଥିବା କେଳା ସମ୍ପ୍ରଦାୟର ଆଦିବାସୀ ମାନଙ୍କ ପାଇଁ ସରକାରି ଯୋଜନା କହିଲେ, କେବଳ ରାସନ୍ କାର୍ଡରେ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ। ବିଜୁଳି ଅଛି କିନ୍ତୁ ବଲଟେ ଜଳିବାକୁ ଘର ନାହିଁ । ଘର ନ ଥିବାରୁ ସରକାର୍ ଦେଇଥିବା ଖୋଲାମେଲା ଲାଟିନ ଘରେ ଲାଗିଛି ମିଟର। ଆଉ ଲାଟିନ ଘର ପଛରେ ଲାଗିଛି ବଲ୍। ଏମାନ ଙ୍କ ପାଇଁ ଖରା ବର୍ଷା ଶୀତ ସବୁ ସମାନ । ସରକାରଙ୍କ ପକ୍ଷରୁ ପଞ୍ଚାୟତ ମାଧ୍ୟମରେ ପାଞ୍ଚ ବଖରା ଘର ଦେଇଥିଲେ ମଧ୍ୟ ଆଜିକୁ ଦୀର୍ଘ ବର୍ଷ ହେବ ତାହା ମଧ୍ୟ ଅଧା ହୋଇ ପଡ଼ିରହିଛି। ଘଟଣାର ବାସ୍ତବ ଚିତ୍ର ପ୍ରସାରଣ ପରେ ଆଶା କରୁ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବେ ।