ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍
ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ ବା IRGCର ବିପଦକୁ ଦେଖି ଆତ୍ମରକ୍ଷା ପାଇଁ ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା CENTCOM ଦକ୍ଷିଣ ଇରାନରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୀମିତ କାର୍ଯ୍ୟାନୁଷ୍ଠାନରେ ଦୁଇଟି ମୁଖ୍ୟ ଟାର୍ଗେଟକୁ ଧ୍ୱଂସ କରାଯାଇଛି।
