ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର
ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର । ଗୃହ ବିଭାଗ ଓଏସଡି ଭାବେ ମିଳିଲା ନିଯୁକ୍ତି । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମିଳିଲା ନୂଆ ଦାୟିତ୍ବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି ।
ଗୃହ ବିଭାଗ ଅତିରିକ୍ତ ସିଚବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ କଟକସ୍ଥିତ ଯୋଗାଯୋଗ ବିଭାଗର ଏଡିଜିପି ଦାୟିତ୍ବରେ ଥିଲେ । ତେବେ ଦୟାଲ ଗଙ୍ଗଓ୍ବାରଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି ।
