ଛୁଟି ଦିନରେ ଅଫିସରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଛୁଟିଦିନ ଥିଲେ ବି ସେ ଅଫିସ ଆସି ଆଇନ ଶୃଙ୍ଖଳା ବାବଦରେ ସମୀକ୍ଷା କରିଛନ୍ତି । କେବଳ ଆଇନ ଶୃଙ୍ଖଳା ନୁହେଁ ଶିଳ୍ପାୟନ ବାବଦରେ ବି ସମୀକ୍ଷା ହୋଇଛି । ଏହି ସମୀକ୍ଷା ବୈଠକରେ ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ଆଣିବା ସହ ପୁଲିସ ପ୍ରଶାସନ ଦକ୍ଷତାର ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳାସ୍ଥିତି ଶାନ୍ତିପୂର୍ଣ୍ଣ ରହିବା ଜରୁରୀ । ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଉପସ୍ଥିତ ଥିଲେ । ଏହାସହ ପୁଲିସ ଡିଜି, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମଧ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *