ଦୁଇ କିଲୋମିଟର ଚାଲି ତିନୋଟି ନାଳ ପାରିହେଲେ ଗର୍ଭବତୀ !
ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଅସିପାରିଲାନି ଆମ୍ବୁଲାନ୍ସ, ଦୁଇ କିଲୋମିଟର ଚାଲି ତିନୋଟି ନାଳ ପାରିହେଲେ ଗର୍ଭବତୀ । ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମରେ । ଏହି ଗାଁର ତରଣୀ ଜୁଆଙ୍ଗଙ୍କ ପତ୍ନୀ ସାଇତି ଏବଂ ରବୀନ୍ଦ୍ର ଜୁଆଙ୍ଗଙ୍କ ପତ୍ନୀ ରଇବାରୀଙ୍କ ପ୍ରସବ ସମୟ ପାଖେଇ ଆସିଥିଲା ।
ଉଭୟଙ୍କୁ ଆଜି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ଦୁଇ କିଲୋମିଟର ଚାଲିବ ସହ ତିନୋଟି ନାଳ ପାର ହେବାକୁ ପାଇଥିଲା ଗର୍ଭବତୀଙ୍କୁ । ପରେ ୫ ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଯାହାକୁ ନେଇ ସ୍ଥାନିୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
