ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ
କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭି.ଡି. ସତୀଶନ । ଭିଡି ସତୀଶନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ୧୦ ବର୍ଷ ପରେ କେରଳରେ ଫେରିଲା ୟୁଡିଏଫ୍ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ସମତେ କଂଗ୍ରେସ ଅନେକ ବରିଷ୍ଠ ନେତା ସାମିଲ ରହିଛନ୍ତି ।ଦୀର୍ଘ ଏକ ଦଶନ୍ଧି ଧରି ଚାଲିଥିବା ବାମପନ୍ଥୀ ଶାସନର ଅନ୍ତ ଘଟାଇ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ହାତରେ କେରଳର କାର୍ଯ୍ୟଭାର । ତାଙ୍କ ସହ ଶପଥ ଗ୍ରହଣ କରୁଛନ୍ତି ୨୦ ମନ୍ତ୍ରୀ । ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ମେଗା ଶପଥ ଗ୍ରହଣ ଉତ୍ସବ । ଏହି ଶପଥ ଗ୍ରହଣ ଉତ୍ସବରେ ତେଲଙ୍ଗାନା, କର୍ଣ୍ଣାଟକ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି । କିନ୍ତୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନାହାନ୍ତି ।
