ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ

ପାକିସ୍ତାନ ନିଷ୍ପତ୍ତି ନେଉ ଭୂଗୋଳରେ ରହିବ କି ଇତିହାସରେ

ପାକିସ୍ତାନକୁ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ । ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି । ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଅପରେସନ ସିନ୍ଦୂରକୁ ବର୍ଷେ ପୂରିଛି । ଏକ କାର୍ଯ୍ୟକ୍ରମରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ଇସଲାମବାଦ ଯଦି ଆତଙ୍କବାଦୀକୁ ଶରଣ ଦେଉଥିବା ଏବଂ ଭାରତ ବିରୋଧରେ ଷଡଯନ୍ତ୍ର କରେ, ତେବେ ସେ ନିଷ୍ପତ୍ତି ନେବ କି ଭୂଗୋଳରେ ରହିବ କି ଇତିହାସର ଅଂଶ ହେବ ।ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପଚରାଯାଇଥିଲା ଯେ, ଯଦି ଭବିଷ୍ୟତରେ ଅପରେସନ ସିନ୍ଦୁର ସମୟରେ ଘଟିଥିବା ପରିସ୍ଥିତି ପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସେନାର ପ୍ରତିକ୍ରିୟା କ’ଣ ହେବ ।

ଉତ୍ତରରେ ଦ୍ବିବେଦୀ କହିଥିଲେ, , ଇସଲାମବାଦ ଯଦି ଆତଙ୍କବାଦୀକୁ ଶରଣ ଦେଉଥିବା ଏବଂ ଭାରତ ବିରୋଧରେ ଷଡଯନ୍ତ୍ର କରେ, ତେବେ ସେ ନିଷ୍ପତ୍ତି ନେବ କି ଭୂଗୋଳରେ ରହିବ କି ଇତିହାସର ଅଂଶ ହେବ ।ସେ ଆହୁରି ମଧ୍ୟ କହିଥିଲେ, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି । ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ । ସେନା ମୁଖ୍ୟ ପୁଣିଥରେ ଆତଙ୍କବାଦୀ ବିରୋଧରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ।ଗତବର୍ଷ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *