ଟପ୍ ଆଇଏସ୍ଆଇଏସ୍ ଆତଙ୍କୀ ନିହତ
ଟପ୍ ଆଇଏସ୍ଆଇଏସ୍ ଆତଙ୍କୀ ଅବୁ ବିଲାଲ ଅଲ-ମିନୁକି ନିହତ । ଆମେରିକା ଏବଂ ନାଇଜେରିଆ ସେନାର ମିଳିତ ଅପରେସନରେ ନତହତ ହୋଇଥିବା ସୂଚନା । ବର୍ତ୍ତମାନ ଆତଙ୍କବାଦୀ ସଂଗଠନରେ ନମ୍ୱର ୨ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ଆଇଏସଆଇଏସ ଅବୁ ବିଲାଲ୍ ମିନୁକି । ଏହି ଅପରେସନ୍ ସହଜ ନଥିଲା । ଆଫ୍ରିକାରୁ କାର୍ଯ୍ୟ କରୁଥିଲେ ଏବଂ ବିଶ୍ୱବ୍ୟାପୀ ISIS କାର୍ଯ୍ୟକଳାପରେ ପ୍ରମୁଖ ପ୍ରଭାବ ପକାଇଥିଲେ ଅବୁ-ବିଲାଲ ଅଲ-ମିନୁକି । ଆଫ୍ରିକାରୁ କାର୍ଯ୍ୟ କରୁଥିଲେ ଏବଂ ବିଶ୍ୱବ୍ୟାପୀ ISIS କାର୍ଯ୍ୟକଳାପରେ ପ୍ରମୁଖ ପ୍ରଭାବ ପକାଇଥିଲେ ଅବୁ-ବିଲାଲ ଅଲ-ମିନୁକି ।ଟ୍ରମ୍ପ ଲେଖିଛନ୍ତି, ଏବେ ସେ ଆଫ୍ରିକା ଲୋକଙ୍କୁ ଭୟଭୀତ କରାଇପାରିବେ ନାହିଁ । ଆଉ ଆମେରକାବାସୀଙ୍କୁ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ର କରିବାକୁ ଚେଷ୍ଟା କରିବ ନାହିଁ । ତାଙ୍କ ମ୍ତ୍ୟୁରେ ଆଇଏସଆଇଏସର ଗ୍ଲୋବାଲ ଅପରେସନ ବହୁତ କମ ହେବ । ଏହି ଅପରେସନରେ ସହଯୋଗ ପାଇଁ ନାଇଜେରିଆ ସରକାରଙ୍କୁ ଧନ୍ୟବାଦ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଅବୁ-ବିଲାଲ ଅଲ-ମିନୁକି ଆଫ୍ରିକାରେ ଆତଙ୍କବାଦ ସହିତ ଆମେରିକୀୟମାନଙ୍କୁ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ଥିଲେ । ଅଲ-ମିନୁକିଙ୍କ ହତ୍ୟା ଆଇଏସଆଇଏସର ବିଶ୍ୱ ନେଟୱାର୍କ ଏବଂ କାର୍ଯ୍ୟକ୍ଷମ କ୍ଷମତାକୁ ଏକ ବଡ଼ ଆଘାତ ଦେଇଛି ବୋଲି କୁହାଯାଉଛି । ଏହି କାର୍ଯ୍ୟରେ ସହଯୋଗ ପାଇଁ ଟ୍ରମ୍ପ ନାଇଜେରିଆ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନାଇଜେରିଆନ ସେନା ସହିତ ମିଳିତ ଭାବରେ ଅପରେସନ କରାଯାଇଥିଲା ।
