ଏଥର ସଅଳ ଆସୁଛି ମୌସୁମୀ

ମେ’-୨୬ ରେ କେରଳ ଛୁଇଁବ ମୌସୁମୀ

ଏଥର ସଅଳ ଆସୁଛି ମୌସୁମୀ। ମେ’-୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଆକଳନ। ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ୧ରୁ ପ୍ରାୟ ୬ ଦିନ ପୂର୍ବରୁ ଏଥର ମୌସୁମୀ ଭାରତରେ ପ୍ରବେଶ କରିବାକୁ ଯାଉଛି। ବର୍ତ୍ତମାନ ସମଗ୍ର ଦେଶ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ମୌସୁମୀର ଆଗୁଆ ଆଗମନ ଦେଶର କୋଟି କୋଟି ଜନତା ଏବଂ ବିଶେଷ କରି ଚାଷୀକୂଳ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଆକଳନରେ ପ୍ଲସ୍ କିମ୍ବା ମାଇନସ୍ ୪ ଦିନର ତ୍ରୁଟି ମାର୍ଜିନ୍ ରହିଥାଏ, ଯାହାର ଅର୍ଥ ମେ’ ୨୨ ରୁ ୩୦ ତାରିଖ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବା ନିଶ୍ଚିତ। ଭାରତୀୟ ପାଣିପାଗ ବିଭାଗ ୨୦୦୫ ମସିହାରୁ ଏକ ସ୍ୱତନ୍ତ୍ର ପରିସଂଖ୍ୟାନ ମଡେଲ୍ ବ୍ୟବହାର କରି କେରଳରେ ମୌସୁମୀ ଆଗମନର ସଠିକ୍ ଆକଳନ କରିଆସୁଛି।

Leave a Reply

Your email address will not be published. Required fields are marked *