ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା
ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୌହାଟୀର ଖାନାପଡା ଭେଟନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତ ବିଶ୍ବଶର୍ମାଙ୍କ ସହିତ ଅନ୍ୟ ୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ଚିରାଗ ପାଶୱାନ, ନୀତିନ ଗଡକାରୀ, ନୀତିନ ନବୀନ ପ୍ରମୁଖ ଉପସ୍ଥିତ ରହିଛନ୍ତି ।ହିମନ୍ତ ବିଶ୍ବଶର୍ମାଙ୍କୁ ପଦ ଓ ଗୋପନୀୟତା ପାଠ କରାଇଲେ ରାଜ୍ୟପାଳ । ଦ୍ବିତୀୟ ଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲ ହିମନ୍ତ ବିଶ୍ବଶର୍ମା । ଆସାମରେ ବିଜେପି ୩ୟ ଥର ପାଇଁ ଶାସନ କରୁଛି । ହିମନ୍ତଙ୍କ ସହ ୪ ବିଧାୟକ ଅତୁଲ ବୋରା, ଅଜନ୍ତା ନେଓଗ, ରାମେଶ୍ବର ତେଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।
