ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିର ଆଜି ଏକାଦଶ ଦିନ
ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ଓ ମେଳକ ପ୍ରକ୍ରିୟାର ଆଜି ଏକାଦଶ ଦିନ । ଗତକାଲି ସୁଦ୍ଧା ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିର ପଞ୍ଚମ ଦିନ ଶେଷ ହୋଇଥିବାବେଳେ ଆଜି ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ । ଏକାଦଶ ଦିନର ଗଣତି ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗତକାଲି ମହାସ୍ନାନ ନୀତି ଯୋଗୁଁ ଗଣତି ସମୟ ସଙ୍କୁଚିତ ହୋଇଥିଲା । ତେଣୁ ଗଣତି ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଭିତର କାଠ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଭକ୍ତମାନେ କେବଳ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଆଜି ମଧ୍ୟ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଗଣତି କାର୍ଯ୍ୟ ଆରମ୍ଭ ହେବ ।
