କାଲି ୧୧ଟାରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ଦଳ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ସମସ୍ତ ବିଧାୟକ ସହମତି ପ୍ରଦାନ କରିଛନ୍ତି । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ କରିବା ପାଇଁ ଦାବି ରଖିବେ ।ରାଜ୍ୟପାଳଙ୍କ ଠାରୁ ସରକାର ଗଠନ କରିବା ପାଇଁ ସହମତି ଆଣିବା ପରେ ଆସନ୍ତାକାଲି ୯ ମଇରେ କୋଲକତାରେ ସକାଳ ୧୧ଟାରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।ଶୁଭେନ୍ଦୁ ଅଧିକାରୀ ୨ଥର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ୨୦୨୧ ନନ୍ଦିଗ୍ରାମରେ ହରାଇଥିଲେ । ୨୦୨୭ରେ ଭବାନୀପୁରରେ ମମତାଙ୍କୁ ହରାଇଥିଲେ ।

Leave a Reply

Your email address will not be published. Required fields are marked *